ଗରୁଡ ଏକ ପକ୍ଷୀ ଜାତୀୟ ପ୍ରାଣୀ ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥ ରେ ଗରୁଡ ସମ୍ପର୍କ ରେ ବହୁତ କିଛି ଲେଖାଥିବା ଜଣାପଡ଼େ । ହିନ୍ଦୁ ଧର୍ମାନୁଯାୟୀ ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ଗରୁଡ ସର୍ପ ଜାତୀୟ ପ୍ରାଣୀ ତଥା ନାଗସାପ ଜାତିୟ ପ୍ରାଣୀ ର ପରମ ଶତ୍ରୁ ଭାବେ ଜଣାଶୁଣା । ଗରୁଡ ବିଭିନ୍ନ ନାମରେ ପରିଚିତ ଯଥା:- ଚିରାଗ, ଗଗନେଶ୍ୱର, କାମାୟୁଷ,କଶ୍ୟପି, ଖଗେଶ୍ବର, ସୁଧାହରା ଓ ଚରକ୍ଷ ଇତ୍ୟାଦି । ଭାଗବତ ଗୀତା ରେ ବର୍ଣ୍ଣିତ ତଥ୍ଯ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଗରୁଡ କୁ “ପକ୍ଷୀରାଜ ” ଆଖ୍ୟା ଦେଇଥିଲେ ।

ଯଦିଓ ଆଜିର ଏହି ଯୁଗରେ ବିରଳପ୍ରାୟ ଏହି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ, ତଥାପି ଅନେକାଂଶରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତିୟ ପ୍ରାଣୀ ବୋଲି କୁହାଯାଇଥାଏ । ଅନେକ ଧର୍ମ ଗ୍ରନ୍ଥ ଏହାକୁ ଏକ କାଳ୍ପନିକ ଜୀବ ରୂପେ ଚିତ୍ରଣ କରିଛନ୍ତି । କିନ୍ତୁ ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣ ଏହାକୁ ଏକ ଭିନ୍ନ ଧରଣର ମନୁଷ୍ଯ ଓ ପକ୍ଷୀର ମିଶ୍ରଣ ପ୍ରାଣୀ ଭାବେ ବର୍ଣ୍ଣନା କରିଛନ୍ତି । ଏହାର କର୍ମ ଓ ଚରିତ୍ର ହିନ୍ଦୁ ଓ ବୌଦ୍ଧଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି ।

ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବାରୁ ବୈଷ୍ଣବ ଧର୍ମିନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବା ଗରୁଡ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି । ମହାଭାରତରେ ବର୍ଣ୍ଣିତ ତଥ୍ଯ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀ କୁ ଗରୁଡ ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ କୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନ କୁ ସ୍ଥାନ ଦେଇଥିଲେ । ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ସମୟରେ ମଧ୍ଯ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।

ଗରୁଡ ଙ୍କ ସମ୍ପର୍କ ରେ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ କାହାଣୀ ମାନ ରହିଛି । ଏପରିକି “ଗରୁଡ ପୁରାଣ ” ନାମରେ ଏକ ସ୍ଵତନ୍ତ୍ର ପୁରାଣ ରହିଛି ।ତାହା ମୁଖ୍ଯ ପୁରାଣ ମାନଙ୍କ ମଧ୍ୟରୁଅନ୍ୟତମ । ପ୍ରଜାପତି ଦକ୍ଷ ଙ୍କ ଦୁଇ କନ୍ୟା ବନିତା ଓ କଦ୍ରୁଙ୍କୁ କାଶ୍ୟପ ଋଷି ବିବାହ କରିଥିଲେ କାଶ୍ୟପ ଋଷି ସେମାନଙ୍କ ଇଚ୍ଛା ମୁତାବକ ବିନୀତା ଙ୍କୁ ଦୁଇଟି ପୂତ୍ର ଓ କଦ୍ରୁଙ୍କୁ ଶହେ ସର୍ପ ଜାତିୟ ପୁତ୍ର ସନ୍ତାନର ବରଦାନ କରିଥିଲେ । ଫଳସ୍ୱରୂପ ବିନୀତାଙ୍କ ଗର୍ଭରୁ ଯେଉଁ ସନ୍ତାନ ଟି ଜନ୍ମ ନେଲା ସେ ଉଭୟେ ମଣିଷ ଓ ପକ୍ଷୀ ଜାତିୟ ମିଶ୍ରଣ ପ୍ରାଣୀ ସ୍ବରୂପ ଏକ ବିରଳ ଶିଶୁ ଥିଲା । ଏବଂ ଯାହାକୁ ଗରୁଡ ଗରୁଡ ନାମରେ ନାମକରଣ କରାଯାଇଥିଲା ।

ଗରୁଡ ହିନ୍ଦୁ ପୁରାଣ ମାନଙ୍କରେ ପକ୍ଷୀ ଦେବତା ଭାବେ ଖ୍ୟାତ ହେଲେ ହେଁ, ତାଙ୍କର ସ୍ବତନ୍ତ୍ର ପୂଜା ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟତ୍ର ଦେଖିବାକୁ ମିଳେନାହିଁ । ବିଷ୍ଣୁଙ୍କ ବାହାନ ରୂପେ ହିଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜାକରାଯାଇଥାଏ । ଶ୍ରୀ ମନ୍ଦିର ରେ ଶ୍ରୀ ଜଗନ୍ନାଥ ବିଷ୍ଣୁ ଭଗବାନ ରୂପେ ପୂଜିତ । ସେ ଭକ୍ତମାନଙ୍କ ନିବେଦନ ପ୍ରତ୍ୟକ୍ଷ ଭାବେ ନଶୁଣି ତାଙ୍କର ବାହାନ ଗରୁଡ ମାଧ୍ୟମରେ ଶୁଣିଥାନ୍ତି । ସେହି ସ୍ତମ୍ଭ ମଧ୍ଯ ପ୍ରସ୍ତର ନୁହେଁ, ଏହା ବିରଳ ବୃକ୍ଷର କାଷ୍ଠ । ସେହି ସ୍ତମ୍ଭ କୁ ଶରୀର ସହିତ ଯୋଡ଼ି ଧରି ଭଗବାନ ଶ୍ରୀ ଜଗନ୍ନାଥ ଙ୍କୁ ଆବେଦନ ତଥା ଗୁହାରି ଜଣାଇଲେ ଗରୁଡ ଭକ୍ତ ସମ୍ପର୍କ ରେ ଜଗନ୍ନାଥ ଙ୍କୁ ଜଣାଇବା ସହ ଗରୁଡ ସ୍ତମ୍ଭ ରହିବ ସେହି ଅଲୌକିକ ଶକ୍ତି ଯୁକ୍ତ କାଷ୍ଠ ସଂସ୍ପର୍ଶରେ ଆସି ଶରୀରରେ ଥିବା କଳିକଳୁଷ ସହିତ ସମସ୍ତ ରୋଗ ବିନାଶ ହୋଇଥାଏ । ଗରୁଡ ବିଷ୍ଣୁ ଙ୍କ ସହ ପୂଜା ପାଉଥିବା ଯୋଗେ ତାଙ୍କର ଅନ୍ୟ ଏକ ନାମ “ବିଷ୍ଣୁରଥ” । ଯେପରି ଏକାଦଶୀ ମାନ ବିଷ୍ଣୁ ଙ୍କ ଲାଗି ଉଦ୍ଦିଷ୍ଟ,  ସେହିପରି ଦ୍ଵାଦଶୀ ତିଥି ମାନ ଗରୁଡ ଙ୍କ ଲାଗି ଉଦ୍ଦିଷ୍ଟ । ଚାର୍ତୁମାସ୍ୟା ରେ ପଡୁଥିବା ଦ୍ଵାଦଶୀ ମାନଙ୍କରେ ଗରୁଡଙ୍କ ଶୟନ, ପାର୍ଶ୍ଵପରିବର୍ତ୍ତନ ଓ ଉତ୍ଥାପନ ନୀତି କରାଯାଇଥାଏ ।


ଅମରକୋଷରେ ଗରୁଡ ଙ୍କ ଲୋକପ୍ରିୟ ନାମ ମାନ ହେଲା :- ତାର୍କ୍ଷ୍ୟ, ବୈନପେୟ, ନାଗାନ୍ତକ, ସୁପର୍ଣ୍ଣ ଓ ପନ୍ନଗାସନ ଅଟେ
“ପକ୍ଷୀ ଓଁ ସ୍ଵାହା ” ଗରୁଡ ପୁରାଣ ର ମୁଖ୍ଯ ମନ୍ତ୍ର । ସର୍ପବିଷ ନାଶ କରିବା ଲାଗି ଏହି ମନ୍ତ୍ର ଉଚ୍ଚାରଣ କରାଯାଏ । ସର୍ପ ବିନାଶକ ବିଦ୍ୟାକୁ ଗରୁଡ ବିଦ୍ୟା ବୋଲି କୁହାଯାଏ । ସର୍ପବିନାଶକ ଏକ ଗୁଳ୍ମ ର ନାମ ମଧ୍ଯ ପାତାଳ ଗରୁଡ । ଏଣୁ ସର୍ପ ଭୟ ଓ ସର୍ପ ବିଷ ବିନାଶକରିବା ଲାଗି ମୁଖ୍ଯତଃ ଗରୁଡ ଙ୍କୁ ହିଁ ପୂଜା କରାଯିବାର ବିଧି ରହିଛି ।

ଗରୁଡ ଧ୍ୟାନ ଶ୍ଳୋକ ରେ ତାଙ୍କ ଗୁଣ ଓ କର୍ମ ର ସୁନ୍ଦର ବର୍ଣ୍ଣନା କରାଯାଇଛି ।

ନିତ୍ୟଂ ପଦ୍ମାଳୟେଶଂ ଦ୍ରୁତଗତିଂ ବପୁଷା ପୃଷ୍ଠଭାଗେ ବହନ୍ତଂ।
ବୀରଂ ଚକ୍ରୀ କୁଳାନାମବିରତ ସକଳ ଛେଦନେ ବଜ୍ରଦକ୍ଷମ।।
ପକ୍ଷାଘାତୈ ରିପୁଣା ମକଳନଦଳନେ ଧୂରିଣଂ କାଶ୍ୟପେୟଂ।
ବନ୍ଦେ ଶ୍ରୀକାନ୍ତ ବକ୍ତ୍ରାଭିମୁଖ ମବିରତଂ ଖେଚରଂ ବୈନତେୟସ୍ୟ।। (ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା)