ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକ ର ପର୍ବ ଦୀପାବଳି ଉତ୍ସବ ଭାବେ ପାଳିତ ହୋଇଥାଏ । ନାନାଦି କାରଣ ହେତୁ ଏହି ପର୍ବ ଅକ୍ଟୋବର ମାସ ଅଧାରୁ ନଭେମ୍ବର ମାସ ଅଧା ରେ ଆସିଥାଏ । ହିନ୍ଦୁ ମାନଙ୍କର ଦୀପାବଳି ଏକ ମୁଖ୍ୟ ପର୍ବ । ଯାହା ଘରମାନଙ୍କରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ ।
ଦୀପାବଳିରେ ସମଗ୍ର ଭାରତବର୍ଷରେ ଦିବ୍ଯ ଜନନୀ ଙ୍କର ନାନା ରୂପରେ ପୂଜା କରାଯାଇଥାଏ । ବଙ୍ଗଳା, ଆସାମ, ଓଡିଶା ଓ ବିହାର ରାଜ୍ୟରେ ଦୀପାବଳି ଦିନ ମା’କାଳୀଙ୍କର ପୂଜା କରାଯାଇଥାଏ । କାର୍ତ୍ତିକ କୃର୍ଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରି ରୁ ତାନ୍ତ୍ରିକ ଓ ଶାକ୍ତ ମତେ ଦେବୀଙ୍କର ପୂଜା କରାଯାଇଥାଏ । ବିଭିନ୍ନ ଶକ୍ତି ପୀଠରେ ମାଟି ତିଆରି ମୂର୍ତ୍ତୀରେ ଏହା ସମ୍ପାଦନା ହୋଇଥାଏ । ସମଗ୍ର ଉତ୍ତର ଭାରତ ରେ ଦୀପାବଳି ଦିନ ମହାଲକ୍ଷ୍ମୀଙ୍କର ରୂପରେ ଦେବୀଙ୍କୁ ଆରାଧନା କରାଯାଇଥାଏ । ମିଥିଳା ଓ ନେପାଳରେ ଏହି ପର୍ବ ରେ “ମହାନିଶାଙ୍କ” ପୂଜା କରାଯାଇଥାଏ ।

ଏହି ପବିତ୍ର ପ୍ରଦୀପ ଅମାବାସ୍ୟାରେ କନ୍ୟା ମାସ ପ୍ରାରମ୍ଭରୁ ପ୍ରତ୍ୟେକ ବ୍ୟକ୍ତିମାନଙ୍କର ପିତୃ ପୁରୁଷଗଣ ପିତୃଲୋକକୁ ପରିତ୍ୟାଗ କରି ମହାଳୟା ଉଦ୍ଦେଶ୍ୟରେ ନିଜ ନିଜର ସନ୍ତାନ ନିକଟକୁ ଆସି  ଶ୍ରଦ୍ଦାର ସହ ଉତ୍ସର୍ଗୀକୃତ ଦ୍ରବ୍ୟ (ଶ୍ରାଦ୍ଧ) ରେ ଅନ୍ନବ୍ୟଜଂନାଦିର ରସାଦିକୁ ଶ୍ରାଦ୍ଧ ବ୍ରାହ୍ମଣ ମାନଙ୍କ ଦେହରେ ପ୍ରବେଶ କରି  ଗ୍ରହଣ କରି ତୃପ୍ତିଲାଭ କରି ଥାଆନ୍ତି । ଏବଂ ନିଜ ଗ୍ରାମ  କିମ୍ବା ଆତ୍ମୀୟ ସ୍ଵଜନଙ୍କ ସହ ସୁର୍ବାଳାପ ମାଧ୍ୟମରେ ମାତ୍ର ୩ ଘଣ୍ଟା ଅର୍ଥାତ ମନୁଷ୍ୟ କାଳ ହିସାବରେ ୪୫ ଦିନ  ଗୃହରେ, ବନ୍ଧୁମିଳନରେ କଟାଇ ଏହି କାର୍ତ୍ତିକ ଅମାବାସ୍ୟାର ପ୍ରଦୋଷ ଅର୍ଥାତ ସାୟଂ କାଳରେ  ନିଜ ସନ୍ତାନ ମାନଙ୍କୁ ଆଶୀର୍ବାଦ କରି ପିତୃଲୋକକୁ ପୁନଶ୍ଚ ଗମନ କରିଥାନ୍ତି |ଏହି ଅବସରରେ ବିଦାୟ ସମ୍ବର୍ଧନା ପ୍ରଦାନ ପରିପ୍ରେକ୍ଷୀରେ ବିଭିନ୍ନ ବାଦ୍ୟ, ମୁଖବାଦ୍ୟ(ହୁଳହୁଳି), ଆତସବାଦି ଓ ଆଲୋକ ର୍ବିକାର ଆଲୋକମାଳାରେ ପିତୃ ପୁରୁଷକୁ ମାର୍ଗଦର୍ଶନ କରାଇଥାନ୍ତି ॥

କାର୍ତ୍ତିକ ଅମାବାସ୍ୟା କୁ ଦୀପାବଳି ଭାବେ ପାଳନ କରାଯାଇଥାଏ । ଘରେ ଘରେ ବାଣ ଫୁଟେ ଓ ଦୀପ ଜଳେ, ଶ୍ରାଦ୍ଧ କରାଯାଏ,  ପିଠାପଣା ହୁଏ, ଏହି ଦୀପାବଳି ଅମାବାସ୍ୟାକୁ ଲୋକକ୍ତି ରେ “ପୟାଅମାବାସ୍ୟା ” ମଧ୍ୟ କୁହାଯାଇଥାଏ ।
ସତ୍ୟ ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ନରନାରୀ ଶ୍ରୀରାମ ଙ୍କର ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦ ରେ ବିଭିନ୍ନ ପ୍ରକାର ଦୀପ ଜଳାଇ ଥିଲେ । ସେବେଠାରୁ ଏହି ଉସ୍ଚବ କେତେକ ସ୍ଥାନରେ ପାଳିତ ହୋଇଆସୁଛି ।
“ଉତ୍ସବ ତତ୍ତ୍ବାଭିଧାନ” ଅନୁସାରେ ଏକଦା କାର୍ତ୍ତିକ କୃଷ୍ଣ ଅମାବାସ୍ୟା ର ଘନ ଅନ୍ଧକାର ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କୁ ବିପର୍ଯ୍ୟସ୍ତ ଦୁର୍ଭାଗ୍ଯ କାଳସର୍ପ ରୂପେ ଲୁଚିଛପି ଦଂଶନ କରିବ ବୋଲି ଜଣେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମ ଙ୍କୁ ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀ ରେ ଅମାବାସ୍ୟା ଦିନ ଉଜ୍ଜ୍ବଳ ଆଲୋକ ର ବ୍ୟବସ୍ଥା କରାଯାଇଥିଲା ଓ କାଳସର୍ପ ଦଂଶନ ର ଚକ୍ରାନ୍ତ ପଣ୍ଡ ହୋଇଥିଲା ।।

ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁର କୁ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଦିନ ବନ୍ଦ କରିଥିଲେ । ଏହାକୁ “ନରକ ଚତୁର୍ଦ୍ଦଶୀ ” ନାମରେ ନାମିତ କରାଯାଇଛି ।
ନରକାସୁର କୁ ବଧ କରି ଚଉଷଠି ସହସ୍ର ରାଜକନ୍ୟା ଙ୍କୁ ଉଦ୍ଧାର କଲା ପରେ ଇନ୍ଦ୍ର ମାତା ଙ୍କୁ ନରକ ଦ୍ବାରା ଅପହୃତ ମଣିକୁଣ୍ଡଳକୁ ଫେରାଇବା ଲାଗି ସତ୍ୟଭାମା ଙ୍କୁ ସଙ୍ଗରେ ନେଇ ସ୍ବର୍ଗ କୁ ଯାଇ ଫେରିବା ସମୟରେ ସତ୍ୟଭାମା ଙ୍କ ଅନୁରୋଧ କ୍ରମେ ଏକ ପାରିଜାତ ବୃକ୍ଷକୁ ଆଣିବା ସମୟରେ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବଦେବୀ ବାଧା ଦେବାରୁ ଶ୍ରୀ କୃଷ୍ଣଚନ୍ଦ୍ର ଏକାକୀ ସମସ୍ତ ଦେବତା ଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହିତ ଅନେକ ଧନରତ୍ନ ଏହି ଅମାବାସ୍ୟା ଦିନ ନେଇ ଆସିଥିଲେ ତେଣୁ ଦ୍ବାରିକା ପୁରୀ ବାସି ପ୍ରଭୁଙ୍କ ସ୍ବାଗତ ନିମନ୍ତେ ସମଗ୍ର ନଗରୀକୁ ଦୀପରେ ସଜାଇ ଓ ବାଣଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।
ଋକ୍ ବେଦ ଅନୁସାରେ ପୃଥିବୀ ଘୋର ଅନ୍ଧକାର ରେ ବୁଡି ରହିଥିଲା । କାଳକ୍ରମେ ସୂର୍ଯ୍ୟଙ୍କ କିରଣ ପାଇ ପୃଥିବୀ ଦିନେ ଆଲୋକିତ ହୋଇଥିଲା ଏହି ଦିନଟିକୁ ମନେ ରଖିବା ଲାଗି ଦୀପାବଳି ଉତ୍ସବ ପାଳନ କରାଯାଉଛି ।
ଓଡ଼ିଶାରେ ଏହିଦିନ ବଡବଡିଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ପରେ କାଉଁରିଆ କାଠି ଜଳାଯାଇଥାଏ ।ଜାଳିବା ସମୟରେ ଉଚ୍ଚାରଣ କରନ୍ତି ।
“ବଡବଡୁଆ ହୋ
ଅନ୍ଧାର ରେ ଆସ, ଆଲୁଅ ରେ ଯାଅ ।
ପୁରୁଷତ୍ତମରେ ମହାପ୍ରସାଦ ଖାଇ
ବାଇଶିପାହାଚ ରେ ଗଡଗଡାଉ ଥା ।”
ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ଵର୍ଗ ଲୋକକୁ ଫେରିଯିବା ଲାଗି ପ୍ରାର୍ଥନା କରନ୍ତି ଶ୍ରଦ୍ଧାଳୁ ଭକ୍ତମାନେ ଅସଂଖ୍ଯ ଭାବେ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ଜାଳନ୍ତି ଓ ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।
ପିତୃଲୋକଂ ପରିତାଜ୍ୟ,
ଆଗତା ଯେ ମହାଳୟା,
ଉଜ୍ଜ୍ବଳେ ଜ୍ୟୋତିଷାଂ ମାର୍ଗେ
ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।।
ଜୈନ ଧର୍ମ ଅନୁସାରେ ଜୈନ ଅନୁଗାମୀମାନେ୫୨୭ ରେ ମହାବୀରଙ୍କର ମୋକ୍ଷ ଓ ନିର୍ବାଣପ୍ରାପ୍ତି ଦିନ ଏହି ଦୀପାବଳି ଉତ୍ସବ ପାଳନ କରିଥିଲେ । ଏ ସମ୍ପର୍କରେ ପ୍ରବାଦ ରହିଛି ଯେ ,ଯେତେବେଳେ ମହାବୀରଙ୍କର ମହାପ୍ରୟାଣ ଘଟିଲା,ସେତେବେଳେ ତାଙ୍କ ନିକଟରେ ଅନେକ ଜୈନ ଧର୍ମାବଲମ୍ବୀ ସନ୍ୟାସୀ ଭକ୍ତ ଉପସ୍ଥିତ ଥିଲେ ।ମହାପ୍ରୟାଣ ପରେ ପୃଥିବୀକୁ ଆଉ କିଏ ଗ୍ୟାଂନାଲୋକ ପ୍ରଦାନ କରିବ ଏହା ଚିନ୍ତା କରି ସେମାନେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ଯ ଗ୍ୟାଂନ ସନ୍ଧାନ ରେ ଜାଇଥିଲେ ।ସେହିଦିନଠାରୁ ଦୀପାବଳି ଦିନ ଆଲୋକ ଜଳାଇବାର ପ୍ରଥା ଚାଲିଆସୁଛି ।ସେହି ଦିନକୁ ସ୍ମରଣ କରିବା ଲାଗି ଜୈନ ମାନେ ଦୀପାବଳି ପାଳନ କରିଥାନ୍ତି । ଦୀପ ଜଳାନ୍ତି ଓ ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି ।ଜୈନ ବ୍ୟବସାୟୀ ମାନେ ହିସାବ ଖାତା ଓ ମୁଦ୍ରା ପୂଜା କରିଥାନ୍ତି ।ସେହିବର୍ଷ ଲାଗି ହିସାବ ଖାତା ବନ୍ଦ କରିବା ସହିତ ପରବର୍ତ୍ତୀ ଆଠଦିନ ପର୍ଯ୍ୟନ୍ତ କୌଣସି ବ୍ୟବସାୟ କରନ୍ତି ନାହିଁ।ସେ ସମୟରେ ସେମାନେ ଉପବାସ ଓ ଜପତପ କରିଥାନ୍ତି । ନବମ ଦିବସକୁ ଜୈନ ନବବର୍ଷ ଭାବେ ପାଳନ କରିଥାନ୍ତି ।(ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା ଓ ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର)
diwali